ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ:-
ସ୍ଥାନୀୟ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ସଭା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର କୁମାର ସ୍ୱାଇଁ, ପ୍ରଶାସନିକ ଅଧିକାରୀ ଅମୂଲ୍ୟ କୃଷ୍ଣ ପାଢ଼ୀ, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଦିଲ୍ଲିପ କୁମାର ମହାନ୍ତି, ପ୍ରାଧ୍ୟାପକ ଅଜୟ କୁମାର ମହାକୁଡ଼, ଦିଲ୍ଲିପ କୁମାର ରାଉତ ପ୍ରମୁଖ ଏହି ଦିବସର ତାପର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ସମସ୍ତେ ସମ୍ବିଧାନ ର ସୁରକ୍ଷା ନିମନ୍ତେ ବଦ୍ଧପରିକର ହେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅଧ୍ୟାପକା ପୁନ୍ପୁନ୍ ଦାସ, ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ସାହୁ, ସନାତନ ଦାସ, ରମେଶ ଚନ୍ଦ୍ର ବେହେରା, ତାପସ ରଂଜନ ପଣ୍ଡା, ମୁଖ୍ୟ କିରାଣୀ ବାଉରୀବଂଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ଭାରତୀୟ ସମ୍ବିଧାନର ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ଶପଥ ନେଇଥିଲେ ।
ବ୍ୟାସନଗର ରୁ ପ୍ରଦ୍ୟୁମ୍ନ କୁମାର ବୋଇତାଇ ଙ୍କ ରିପୋର୍ଟ mbtv