ବିଗିଡ଼ିଲା ଭୁବନେଶ୍ବର ବାୟୁମଣ୍ଡଳ: ୭ ଦିନ ହେଲା ମଧ୍ୟମ ଓ ଖରାପ ସ୍ତରରେ ରହୁଛି I
ବିଗିଡ଼ିଲା ଭୁବନେଶ୍ବର ବାୟୁମଣ୍ଡଳ: ୭ ଦିନ ହେଲା ମଧ୍ୟମ ଓ ଖରାପ ସ୍ତରରେ ରହୁଛି
ଦୈତ୍ୟନଗରୀ ଭୁବନେଶ୍ବର ଓ କଟକ ସହର ବାୟୁର ଗୁଣବତ୍ତା ପୁଣିଥରେ ଖରାପ ସ୍ଥିତିରେ ପହଞ୍ଚିଲାଣି। ଅନୁଗୁଳ ସହରରେ ବାୟୁର ମାନ ଗମ୍ଭୀର ସ୍ତର ଦେଇ ଗତି କରୁଛି। ପୂର୍ବାହ୍ଣ ଓ ସନ୍ଧ୍ୟା ସମୟରେ ସ୍ଥିତି ଏଭଳି ହେଉଛି ଯେ ନାକ ରୁନ୍ଧି ହୋଇଯାଉଛି।ଦୈତ୍ୟନଗରୀ ଭୁବନେଶ୍ବର ଓ କଟକ ସହର ବାୟୁର ଗୁଣବତ୍ତା ପୁଣିଥରେ ଖରାପ ସ୍ଥିତିରେ ପହଞ୍ଚିଲାଣି। ଅନୁଗୁଳ ସହରରେ ବାୟୁର ମାନ ଗମ୍ଭୀର ସ୍ତର ଦେଇ ଗତି କରୁଛି। ପୂର୍ବାହ୍ଣ ଓ ସନ୍ଧ୍ୟା ସମୟରେ ସ୍ଥିତି ଏଭଳି ହେଉଛି ଯେ ନାକ ରୁନ୍ଧି ହୋଇଯାଉଛି।ଦୈତ୍ୟନଗରୀ ଭୁବନେଶ୍ବର ଓକଟକ ସହର ବାୟୁର ଗୁଣବତ୍ତା ପୁଣିଥରେ ଖରାପ ସ୍ଥିତିରେ ପହଞ୍ଚିଲାଣି। ଅନୁଗୁଳ ସହରରେ ବାୟୁର ମାନ ଗମ୍ଭୀର ସ୍ତର ଦେଇ ଗତି କରୁଛି। ପୂର୍ବାହ୍ଣ ଓ ସନ୍ଧ୍ୟା ସମୟରେ ସ୍ଥିତି ଏଭଳି ହେଉଛି ଯେ ନାକ ରୁନ୍ଧି ହୋଇଯାଉଛି। ଆଖିରୁ ପାଣି ବାହାରୁଛି। ସପ୍ତାହେ ହେଲା ରାଜ୍ୟର ପ୍ରମୁଖ ପ୍ରଦୂଷିତ ସହରରେ ଏଭଳି ପରିବେଶ ସୃଷ୍ଟି ହୋଇଛି। ରାଜ୍ୟରେ ଘନକୁହୁଡ଼ି ସହ ଥଣ୍ଡା ବଢ଼ୁଥିବାରୁ ହଠାତ୍ ପ୍ରଦୂଷଣ ମାତ୍ରା ବଢ଼ିଯାଇଛି। ଦିନକୁ ଦିନ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ପ୍ରଦୂଷଣ ରୋକିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସକାଳ ୯ଟାରୁ ପୂର୍ବାହ୍ଣ ୧୧ଟା ଓ ସନ୍ଧ୍ୟା ୬ରୁ ରାତି ୧୨ଟା ପର୍ଯ୍ୟନ୍ତ ସହରଗୁଡ଼ିକର ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ପର୍ଟିକୁଲେଟ୍ ମ୍ୟାଟର୍ (ପିଏମ୍)-୨.୫ (୨.୫ ମାଇକ୍ରୋମିଟର କିମ୍ବା ତା’ଠାରୁ କମ୍ ବ୍ୟାସ ବିଶିଷ୍ଟ ସୂକ୍ଷ୍ମ ନିଶ୍ୱାସଯୋଗ୍ୟ କଣିକା, ଯାହାକି ଫୁସଫୁସରେ ପ୍ରବେଶ କରି ରକ୍ତପ୍ରବାହରେ ବିପଦ ସୃଷ୍ଟି କରେ) ଗମ୍ଭୀର ସ୍ତରରେ ପହଞ୍ଚୁଛି। ପିଏମ୍୧୦ ମାତ୍ରା ମଧ୍ୟ ଖରାପ ହେଉଛି। ଆଜି ଅପରାହ୍ଣ ୪ଟାରେ ମିଳିଥିବା ତଥ୍ୟ ଅନୁଯାୟୀ ଅନୁଗୁଳ ସହର ସବୁଠାରୁ ଅଧିକ ପ୍ରଦୂଷିତ ହେବା ସହ ଏଠାକାର ହାରାହାରି ବାୟୁ ପ୍ରଦୂଷଣ(ପିଏମ୍୨.୫) ୨୯୪ ରହିଛି, ଯାହାକି ଖରାପ। କଟକରେ ଏକ୍ୟୁଆଇ ପିଏମ୍୨.୫ ମାତ୍ରା ୨୦୬, ବାଲେଶ୍ବରରେ ୨୦୨ ରହିଥିଲା।