ବିବାଦ ଘେରରେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର୍ ଶୁଭଙ୍କର ମିଶ୍ର ।

0

ବିବାଦ ଘେରରେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର୍ ଶୁଭଙ୍କର ମିଶ୍ର । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଅବିବାହିତ ପ୍ରେମୀ ଯୁଗଳ ଗଲେ ସମ୍ପର୍କ ଭାଙ୍ଗିଯିବା ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ପୁରୀର ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି। ଶ୍ରୀମନ୍ଦିରର ସେବାୟତ ଗୌରାହରି ପ୍ରଧାନ ସିଂହଦ୍ୱାର ଥାନାରେ ଏହି ଅଭିଯୋଗ ଦାଖଲ କରି ତୁରନ୍ତ ଶୁଭଙ୍କର ମିଶ୍ରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
ଶୁଭଙ୍କର ତାଙ୍କ ପଡକଷ୍ଟ ରେ କହିଥିଲେ ଯେ , ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ତେଣୁ ପ୍ରେମୀ ଯୁଗଳ ମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କଲେ ସେମାନଙ୍କ ସମ୍ପର୍କ ବେଶୀ ଦିନ ଚାଲିପାରିବ ନାହିଁ କି ବିବାହ ହୋଇପାରେ ନାହିଁ। ଏହାର କାରଣ ଦର୍ଶାଇ କହିଥିଲେ ଯେ,ଦିନେ ରାଧାରାଣୀଙ୍କୁ ସେବାୟତମାନେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ, ଯାହା ପରେ ରାଧାରାଣୀ କ୍ରୋଧିତ ହୋଇ ଏହି ଅଭିଶାପ ଦେଇଥିଲେ। ଶୁଭଙ୍କର ମିଶ୍ରଙ୍କ ଏହି ମନ୍ତବ୍ୟ ଶୀଘ୍ର ଭାଇରାଲ୍ ହୋଇଯାଇଥିଲା। ଏହି ଅଭିଯୋଗକୁ ଭକ୍ତ ଏବଂ ସେବାୟତମାନେ ବିଭ୍ରାନ୍ତିକର, ଅପ୍ରମାଣିକ ଏବଂ ଶ୍ରୀମନ୍ଦିର ପରମ୍ପରା ପ୍ରତି ଅସମ୍ମାନଜନକ ବୋଲି କହିବା ସହ ତୀବ୍ର ନିନ୍ଦା କରିଛନ୍ତି। ଏନେଇ ସେବାୟତ ଗୌରାହରି ପ୍ରଧାନ କହିଛନ୍ତି, “ଶୁଭଙ୍କର ମିଶ୍ର ଶ୍ରୀମନ୍ଦିର ବିଷୟରେ ଭୁଲ୍ ବାର୍ତ୍ତା ପ୍ରଚାର କରୁଛନ୍ତି। ତାଙ୍କର ଏହି ମନ୍ତବ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କ ମଧ୍ୟରେ ଅନାବଶ୍ୟକ ଭ୍ରାନ୍ତ ଧାରଣା ସୃଷ୍ଟି କରିପାରେ। ତେଣୁ ଏହି ପବିତ୍ର ଧାମ ବିଷୟରେ ମିଥ୍ୟା ସୂଚନା ପ୍ରଚାର କରିଥିବାରୁ ଅନେକ ଲୋକ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଆଉ ଖୁବ୍ ଶୀଘ୍ର ସେ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି ।

Leave A Reply

Your email address will not be published.