ବିଦ୍ୟୁତ ଉପଭୋକ୍ତା ମାନଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ 

0

ବ୍ୟାସ ସରୋବର ପରିସରରେ ଆଜି ବିଦ୍ୟୁତ ବିଭାଗର ଅତ୍ୟାଚାରକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକରେ କୋରାଇ, ରସୁଲପୁର, ନଠୁଆବର ଓ ବ୍ୟସନଗରର ସମସ୍ତ ପ୍ରମୁଖ ସଦସ୍ୟମାନେ ଯୋଗଦେଇଥିବାବେଳେ ଅନୁଷ୍ଠିତ ବୈଠକଟି ଭ୍ରମରବର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ! ବିଦ୍ୟୁତ ଏକ ଆବଶ୍ୟକୀୟ ସେବା ଯୋଉ ସେବାକୁ ସରକାର ନିଜ ହାତରେ ପରିଚାଳିତ ନକରି ଟାଟା ଭଳି ସଂସ୍ଥାକୁ ଠିକା ଦେଇଛନ୍ତି । ଫଳରେ ସାଧାରଣ ଜନତା ଠିକା ସଂସ୍ଥାର ମନମାନି ଅତ୍ୟାଚାରର ଶିକାର ହେଉଛନ୍ତି ! ବିନା ଅନୁମତିରେ ଘରେପସୀ ବିଦ୍ୟୁତ ବିଲ ଆଦାୟ କରିବା, ବ୍ୟବହାର ସମ୍ମାନରେ ଶାଳୀନତା ନ ରଖିବା ଏବଂ ଭୁଲ ମିଟର ବସାଇ ମୋଟା ଅଙ୍କର ଟଙ୍କା ଶୋଷଣ କରିବା ଭଳି ବଡ଼ ଅଭିଯୋଗ ଆଣିଛି ବିଦ୍ୟୁତ ଉପଭୋକ୍ତା ।

ସରକାର ଓ ଟାଟା କମ୍ପାନୀରେ ମିଳିତ ଉଦ୍ୟମରେ ଉପଭୋକ୍ତାମାନେ ବହୁ ଅତ୍ୟାଚାରର ଶିକାର ହେଉଛନ୍ତି ବୋଲି ବଡ଼ ଅଭିଯୋଗ ଆଣିଛି ସଙ୍ଘ ! ଯଥାଶୀଘ୍ର ଟାଟା କମ୍ପାନୀକୁ ହଟାଇ ସରକାର ବିଦ୍ୟୁତ ସଂସ୍ଥାକୁ ନିଜ ହାତରେ ରଖି ଲୋକଙ୍କୁ ନିଯୁକ୍ତି ଦେବାରେ ସହଯୋଗ କରିବା ଜରୁରୀ ବୋଲି କହିଛନ୍ତି ଇଂ ବିଶ୍ୱଜିତ ମହାନ୍ତି !ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ବିଦ୍ୟୁତ ଉପଭୋକ୍ତା ସମ୍ମିତିର ସଭାପତି ନାରାୟଣ ଜେନା, କୋରାଇ ଉନ୍ନୟନ ପରିଷଦ ସମ୍ପାଦକ ଆଲୋକ ଦାସ, ସଦାଶିବ ଦାସ, ଡିଷ୍ମନ୍ତ ନାୟକ, ପ୍ରସନ୍ନ ସାମଲ, ନିରଞ୍ଜନ ଘଡ଼ାଇ, ଧରଣୀଧର ଘଡ଼ାଇ ଓ ଚନ୍ଦ୍ରମଣି ସାମଲ ପ୍ରଖୁଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ !

ବ୍ୟାସନଗର ରୁ ପ୍ରଦ୍ୟୁମ୍ନ କୁମାର ବୋଇତାଇ ଙ୍କ ରିପୋର୍ଟ mbtv

Leave A Reply

Your email address will not be published.