ସମ୍ବଲପୁରରେ ପ୍ରବଳ ବର୍ଷା: ହୀରକୁଦରେ ଖୋଲିଲା ଆଉ ୪ଟି ଗେଟ୍‍.

0

ସମ୍ବଲପୁରରେ ପ୍ରବଳ ବର୍ଷା: ହୀରକୁଦରେ ଖୋଲିଲା ଆଉ ୪ଟି ଗେଟ୍‍…

— ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ସମ୍ବଲପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା କାରଣରୁ ଘରେ ପାଣି, ବାହାରେ ମଧ୍ୟ ପାଣି ଜମିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେପଟେ ହୀରାକୁଦରେ ଆଜି ଆଉ ୪ଟି ଗେଟ୍‍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୮ଟି ଗେଟ୍‍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗେଟ୍‍ ଗୁଡିକ ପର୍ଯ୍ୟାୟକ୍ରମେ ଖୋଲାଯାଉଛି । ବାମ ପାଶ୍ୱର୍ରୁ ୫ଟି ଏବଂ ଡାହାଣ ପାଶ୍ୱର୍ରୁ ୩ଟି ଗେଟ୍‍ ଖୋଲାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.