ବିଜେଡିକୁ ଶକ୍ତ ଧକ୍କା: ବିଜେଡି ଛାଡ଼ି ପଦ୍ମ ଧରିଲେ ଅମର ପଟ୍ଟନାୟକ…
ବିଜେଡିକୁ ଶକ୍ତ ଧକ୍କା: ବିଜେଡି ଛାଡ଼ି ପଦ୍ମ ଧରିଲେ ଅମର ପଟ୍ଟନାୟକ…
ଭୁବନେଶ୍ୱର,୩।୧: ବିଜେଡିକୁ ସୋମବାର ବଡ଼ ଶକ୍ତ ଝଟ୍କା ଲାଗିଛି। ବିଜେଡିର ପୂର୍ବତନ ରାଜ୍ୟ ସଭା ଏମ୍ପି ଅମର ପଟ୍ଟନାୟକ ଭାଜପାରେ ମିଶିଛନ୍ତି। ସେ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଫୁଲତୋଡ଼ା ଦେଇ ଦଳକୁ ସ୍ବାଗତ କରିଥିଲେ। ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ଏହି ମିଶ୍ରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।