ଧାନମଣ୍ଡି ଜଗିବେ ମନ୍ତ୍ରୀ: ଦୁର୍ନୀତି ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟନୁଷ୍ଠାନ I
ଧାନମଣ୍ଡି ଜଗିବେ ମନ୍ତ୍ରୀ: ଦୁର୍ନୀତି ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟନୁଷ୍ଠାନ I
ଏଣିକି ଧାନମଣ୍ଡି ଉପରେ କଡ଼ା ନଜର ରଖିବା ପାଇଁ ଖୋଦ୍ ମନ୍ତ୍ରୀମାନେ ଦାୟିତ୍ୱ ନେବେ । ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଜିଲାୱାରି ଦାୟିତ୍ୱ ବଣ୍ଟନ କରିଛନ୍ତି । ଏନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି ।ରାଜ୍ୟରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଧାନମଣ୍ଡି ଉପରେ କଡ଼ା ନଜର ରଖିବା ପାଇଁ ଖୋଦ୍ ମନ୍ତ୍ରୀମାନେ ଦାୟିତ୍ୱ ନେବେ । ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଜିଲାୱାରି ଦାୟିତ୍ୱ ବଣ୍ଟନ କରିଛନ୍ତି । ଏନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି ।ଧାନ ସଂଗ୍ରହ ସମୟରେ ବିଭାଗୀୟ ସମନ୍ବୟ ରକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ ଉପକମିଟି ଗଠନ କରାଯାଇଛି । ମଣ୍ଡିରେ ଯେପରି କୌଣସି ଅନିୟମିତତା ନହୁଏ ଏବଂ ପଡୋଶୀ ରାଜ୍ୟରୁ ବେଆଇନ ଭାବେ ଧାନ ଓଡ଼ିଶା ମଣ୍ଡିକୁ ପ୍ରବେଶ ନକରେ, ସେଥିପାଇଁ ସୀମାନ୍ତରେ ସିସିଟିଭି କ୍ୟାମେରା ଲଗାଯିବା ସହ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଏବଂ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି । ଯଦି କୌଣସି ସରକାରୀ ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ଥିବା ପ୍ରମାଣ ମିଳେ, ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।